ପଲିଥିନ ତଳେ ବିତୁଛି ଜୀବନ

0

ହରିପୁର ଶାସନ (ରିପୋର୍ଟର୍ସ ଟୁଡେ) ଚିଲିକା :  ଦୟନୀୟ ଅବସ୍ଥାରେ ଜୀବନ ବିତୁଛି ବିଧବା ପ୍ରମିଳାଙ୍କ ପରିବାର । ଖରା ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଘରେ ଜୀବନ ବିତୁଛି ଗଇନଡା ନିବାସୀ ସ୍ୱର୍ଗତ ବଲ୍ଲଭ ତରାଇଙ୍କ ପତ୍ନୀ ପ୍ରମିଳା ତରାଇଙ୍କ ଜୀବନ । ଜୀବନ କଟୁଛି ଭଙ୍ଗା ଆଜବେଷ୍ଟ ଓ ପଲିଥିନ ତଳେ ।
ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ । ପରିବାରର ୮ ଜଣ ସଦସ୍ୟ ମଧ୍ୟରେ ୮୫ ବର୍ଷ ବୟସ୍କ ବାର୍ଦ୍ଧକ୍ୟ ଶଶୁର ଓ ୮୦ ବର୍ଷ ବୟସ୍କା ରୋଗୀଣା ଶାଶୂ । ୩ ବର୍ଷ ତଳୁ ତାଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ଶାଶୂ ସବୁବେଳେ ଘରେ ପଡିରହୁଛନ୍ତି । ତା ସହ ତିନିଟି ଛୋଟ ପିଲାଙ୍କୁ ନେଇ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି । ସାମାନ୍ୟ ବର୍ଷାରେ ଘରେ ପାଣି ପଶିଯାଏ । ପବନରେ ପଲିଥିନ ଉଡାଇନିଏ । ଘରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ୩ ଜଣ ବୟସ୍କ ରୋଗିଣା ସହିତ ୩ ଜଣ ଛୋଟ ପିଲାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡିଥିବାବେଳେ ଘର ଖଣ୍ଡେ କରିବା ତଙ୍କୁ ପାଇଁ ଅସମ୍ଭବ ହୋଇ ପଡିଛି । ଯଦି ସ୍ଥାନୀୟ ପ୍ରଶାସନ ଏହି ହିତାଧିକାରୀଙ୍କ ଉପରେ ଦୃଷ୍ଟି ପଡିଲେ ବଚରା ଅସହାୟ ବିଧବା ମହିଳାଙ୍କ ପରିବାର ଉପକୃତ ହୋଇପାରନ୍ତେ ।