ଧାରା ୩୭୦କୁ ନେଇ ଓଆଇସିର ଦ୍ୱାରସ୍ଥ ହେଲା ପାକିସ୍ତାନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦କୁ ନେଇ ପାକିସ୍ତାନ ଜାତିସଂଘର ସୁରକ୍ଷା ପରିଷଦ ଯିବ ବୋଲି କହିଛି । ଏ ସଂପର୍କରେ ଚର୍ଚ୍ଚା ପାଇଁ ପାକିସ୍ତାନ ସରକାର ତାଙ୍କ ସଂସଦର ଏକ ମିଳିତ ଅଧିବେଶନ ଡକାଇଥିବାବେଳେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଫଳରେ ଗୃହକୁ ମୁଲତବୀ ରଖାଯାଇଛି । ଅନ୍ୟପକ୍ଷରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଇସ୍ଲାମିକ ରାଷ୍ଟ୍ର ସଂଘ (ଓଆଇସି)ରେ ଅଭିଯୋଗ କରିଛି । ଓଆଇସି ଏହି ପ୍ରସଙ୍ଗକୁ ଗ୍ରହଣ କରି ଆଜି ଜେଦାଠାରେ ଏକ ଜରୁରୀ ବୈଠକ ଡକାଇଛି । ଏ ସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଟୁଇଟ କରି ସୂଚନା ଦେଇଛି ଯେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେସୀ ଏହି ବୈଠକରେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ ।