ଜାପାନରେ ଭୂମିକମ୍ପ

0

(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ଜାପାନର ଉତ୍ତର -ପଶ୍ଟିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ଥିଲା । ଭୂକମ୍ପ କାରଣରୁ ହଜାର ହଜାର ଘର ବିଦ୍ୟୁତ ବିଚ୍ଛିନ୍ନ ହୋଇ ଯାଇଛି ଏବଂ ବୁଲେଟ ଟ୍ରେନ ସେବାକୁ ଅଟକାଇ ଦିଆଯାଇଛି । ମାତ୍ର ଭୂକମ୍ପର ପ୍ରଭାବରେ କେହି ବି ଆହତ ଅଥବା କ୍ଷୟକ୍ଷତି ହୋଇଥିବା ଖବର ମିଳି ନାହିଁ । ଜାପାନର ପାଣିପାଗ ସଂସ୍ଥା ଗଣମାଧ୍ୟମକୁ କହିଛି, ଭୂକମ୍ପ ୟାମଗତା ଠାରୁ ପାଖାପାଖି ୫୦ କିଲୋମିଟର ଦୂର ସକାତା ସହରର ଦକ୍ଷିଣ-ପଶ୍ଚିମରେ ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟରେ ଏକ ଜରୁରୀକାଳୀନ ପ୍ରତିକ୍ରିୟା ଟିମ ଗଠନ କରାଯାଇଛି ।