ନାସା ପରିଭ୍ରମଣରେ ଯିବେ ୧୫ ବର୍ଷୀୟା ତାନ୍ୟା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନାସା ପରିଭ୍ରମଣରେ ଯିବେ ତାନ୍ୟା ଦସନାମ୍ । ମାତ୍ର ୧୫ ବର୍ଷ ବୟସରେ ଏଭଳି କୃତିତ୍ୱ ହାସଲ କରିଛନ୍ତି ତାନ୍ୟା । ତାମିଲନାଡ଼ୁର ମଦୁରାଇ ସହରରେ ଜନ୍ମଗ୍ରହଣ କରିଥିବା ତାନ୍ୟା ମହାକାଶ ବିଜ୍ଞାନୀଙ୍କ ଦ୍ୱାରା ସେ ଅନୁପ୍ରାଣିତ ହୋଇ ଏହି ସଫଳତା ହାସଲ କରିଛନ୍ତି । ତାମିଲନାଡୁର ଜଣେ ଚା ଦୋକାନୀଙ୍କ ଝିଅ ହେଉଛନ୍ତି ତାନ୍ୟା । ସେ ଏପରି ଭାବେ ମହାକାଶ ବିଜ୍ଞାନ ପ୍ରତି ଆକର୍ଷିତ ହୋଇଥିଲେ କି ଦାରିଦ୍ର୍ୟ ମଧ୍ୟରେ ମଧ୍ୟ ଦିନ ରାତି ଏକ କରି ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗିତା-୨୦୧୯ରେ ଭାଗ ନେଇ ସଫଳତା ହାସଲ କଲେ । ଏହି ବାବାଦରେ ତାଙ୍କୁ ୧୦ ହଜାର ଡ଼ଲାର ଛାତ୍ରବୃତି ମଧ୍ୟ ମିଳିଛି ।
ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାନ୍ୟା ଦସନାମଙ୍କ ଆଗରେ । ତାନ୍ୟାଙ୍କ ବାପା ଜଣେ ଚା’ଦୋକନୀ ହୋଇଥିବା ବେଳେ ସେ ନାସା ପରିଭ୍ରମଣରେ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୯ଦିନ ପାଇଁ ନାସା ପରିଭ୍ରମଣ ପାଇଁ ତାଙ୍କୁ ସୁଯୋଗ ମିଳିଛି । ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗୀତା ୨୦୧୯ରେ ଭାଗନେଇ ସେ କୃତିତ୍ୱ ଅର୍ଜନ କରିଛନ୍ତି । ଏଥିସହ ଫ୍ଲୋରିଡ଼ା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ତାଙ୍କୁ ପଢିବାର ସୁଯୋଗ ମିଳିଛି । ତାଙ୍କୁ ୯ ଦିନ ପାଇଁ ନାସା ଗୃର ସୁଯୋଗ ମଧ୍ୟ ହାସଲ ହୋଇଛି ।