ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ

0

ବାରିପଦା-: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମର ମାମଲାର ତଦନ୍ତ ଚାଲିଥିବା ବେଳେ ବାରିପଦାରୁ ଆଉ ଏକ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବାରିପଦା ସହରର ରାଜବାସା ଅଞ୍ଚଳରେ ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଘରେ ପଶି ମହିଳାଙ୍କୁ ଜୋର ଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ପୀଡ଼ିତାଙ୍କ ସ୍ୱାମୀ ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ମାମଲା ଦାଏର କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଅପରାଧ ଲଗାତାର ଘଟୁଥିବାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ପ୍ରଶ୍ନ ଉଠିଛି ।