ସାରା ରାତି ବ୍ଲାକ୍ ଆଉଟ୍ ପରେ ଆଜି ପଞ୍ଜାବ ଅମୃତସରରେ ବିଦ୍ୟୁତ ସରବରାହ ସ୍ୱାଭାବିକ ଅଛି । ଜମ୍ମୁରେ ପାକିସ୍ତାନର ଡ୍ରୋନ ଆକ୍ରମଣ ପରେ ସାରା ପଞ୍ଜାବ ବ୍ଲାକଆଉଟ ହୋଇଥିଲା । ପାକ୍ ପଞ୍ଜାବର ଏକାଧିକ ସହରକୁ ଆକ୍ରମଣ କରିବାର ଯୋଜନା ରଖିଥିଲା । ହେଲେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ସବୁ ଡ୍ରୋନ୍ ଓ ମିସାଇଲ୍କୁ ନଷ୍ଟ କରି ପାକିସ୍ତାନର ସବୁ ଯୋଜନା ପଣ୍ଡ କରିଥିଲା । ଅମୃତସରକୁ ପୁଣି ପାକିସ୍ତାନ ଟାର୍ଗେଟ କରିପାରେ ଏନେଇ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି । ପ୍ରଶାସନ ପରାମର୍ଶ ଦେଇଛି କି, ଝରକା ପାଖରୁ ଦୂରେଇ ରୁହନ୍ତୁ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍ କରିଛି ପ୍ରଶାସନ ।
ସ୍ଥିତି ସ୍ୱାଭାବିକ ହେଲେ ପ୍ରଶାସନ ପକ୍ଷରୁ ଏକ ସାଇରନ ବାଜିବ । ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଭାରତୀୟ ସେନା ଅପରେସନ କରିଥିଲା । ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଭାରତ ଉପରେ ପାକିସ୍ତାନ ଚେଷ୍ଟା କରିଥିଲା । କିନ୍ତୁ ୫୦ରୁ ଅଧିକ ଡ୍ରୋନ୍ ଖସାଇ ଦେଇଥିଲା ଭାରତୀୟ ସେନା । ଏହା ସହିତ ପାକିସ୍ତାନର ୪ଟି ଫାଇଟର୍ ଜେଟ୍କୁ ବି ମାଟି ମିଶାଇ ଦିଆଯାଇଛି । ଜଣେ ପାକିସ୍ତାନ ପାଇଲଟ୍କୁ ଭାରତୀୟ ସେନା ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ।