ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ଗ୍ରାମରେ ମଧୁ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ପୂଜାର୍ଚ୍ଚନା କରାଯାଇଛି । ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି, ଆଲୋକ ସଜ୍ଜା,ପୁଷ୍ପ ସଜ୍ଜା କରା ଯାଇଥିଲା । ବିଶିଷ୍ଟ ପୂଜକ ସପନ ଓତା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। କର୍ତାଭାବରେ ଦିନବନ୍ଧୁ ପୁହାଣ ଦାୟିତ୍ଵ ନିଭାଇଥିଲେ । ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଵିଦ୍ଯାଦାତା ତଥା ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ସମସ୍ତଙ୍କୁ ଦିନବନ୍ଧୁ ପୁହାଣ ଙ୍କ ପରିବାର ତରଫରୁ ଅନ୍ନପ୍ରସାଦ ଓ ଭୋଗରାଗ ବଣ୍ଟନ କରାଯାଇଥିଲା ।